ବଜାରରେ ମିଳୁନି ଟମାଟୋର ଉଚିତ୍ ମୂଲ; ଏବେ ଅଦରକାରୀ ହୋଇ ଜମିରେ ପଡ଼ିଛି ଟମାଟୋ ।

ଅକ୍ଷର ବ୍ୟୁରୋ: ଟମାଟୋ କିଲୋ ୨ରୁ ୩ ଟଙ୍କା । ବଜାରରେ ମିଳୁନି ଟମାଟୋର ଉଚିତ୍ ମୂଲ । କିଛି ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଟମାଟୋର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଚାଷ ଜମିରେ ଲାଲ୍ ଟହଟହ ହୋଇ ସୁନ୍ଦର ଦିଶୁଛି ଟମାଟୋ । କିନ୍ତୁ ଏହି ଟମାଟୋ ଏବେ ଅଦରକାରୀ ହୋଇପଡ଼ିଛି । କେଜି ପ୍ରତି ୨ରୁ ୩ ଟଙ୍କାରେ ଚାଷୀଙ୍କ ଠାରୁ ବ୍ୟବସାୟୀମାନେ କିଣୁଛନ୍ତି । ଟମାଟୋ ବିକ୍ରିରେ ଲାଭ ମିଳୁନଥିବା ଯୋଗୁଁ ଚାଷୀ ଟମାଟୋ ନତୋଳି ବାଡ଼ିରେ ଛାଡ଼ି ଦେଉଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)