ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଶି​‌ଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ ।

ଅକ୍ଷର ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ବିଶି​‌ଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ମାଲିକାନାରେ ରହିଥିବା ପ୍ରକାଶ । ଗୋଆ, କେରଳ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରେ ଥିବା ଏହି ଦୁଇଟି କମ୍ପାନୀର ସମ୍ପତ୍ତି ଜବତ କରିବାକୁ ମାର୍ଚ୍ଚ ୧୧ରେ ଇଡିକୁ ନିର୍ଦ୍ଦେଶ ମିଳିଥିଲା । ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ ଉଲ୍ଲଘଂନ ଅଭିଯୋଗରେ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)