ସରିଲା ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା; ‘ତୁ ମୋ ବଜରଙ୍ଗୀ’ ଓ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ଏ ବର୍ଷର ସୁପରହିଟ ନାଟକ ।

ଅକ୍ଷର ବ୍ୟୁରୋ: ସରିଲା ଖଣ୍ଡଗିରି ଯାତ୍ରା ମହାସମାରୋହ । ଗତକାଲି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରାର ଶେଷ ରାତି ଥିଲା । ବହୁ ବିବାଦ ଭିତରେ ଥିଲା ଏଥର ଖଣ୍ଡଗିରି ଯାତ୍ରା ମଞ୍ଚ । ଯାତ୍ରା ଦେଖିବାକୁ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଏପରିକି ବହୁ ଦୂରରୁ ମଧ୍ୟ ଲୋକେ ଯାତ୍ରା ଦେଖିବାକୁ ଆସି ଫେରିଯାଇଥିଲେ । ପ୍ରଥମ ଫେଜ ଯାତ୍ରାରେ ସିଂହବାହିନୀ ଗଣନାଟ୍ୟର ‘ତୁ ମୋ ବଜରଙ୍ଗୀ’ ଓ କୋଣାର୍କ ଗଣନାଟ୍ୟର ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’, ଅଶୋକ ସମ୍ରାଟର ‘ଅଧା ରହିଗଲା ଆମ କାହାଣୀ’, ଜାଗମରା ମେଲଣ ପଡ଼ିଆରେ ଅନନ୍ତ କେଶରୀ ଦେବ କମିଟି ଦ୍ଵାରା ଯାତ୍ରା ରାଜ ଦରବାରର ଚର୍ଚ୍ଚିତ ନାଟକ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଏହାପରେ ସ୍ୱର୍ଣ୍ଣ ମନ୍ଦିର, ଇନ୍ଦ୍ରଭୁବନ, କଳିଙ୍ଗ, ସୂର୍ଯ୍ୟମନ୍ଦିର, ଧଉଳି, ନାଟ୍ୟ ମଣ୍ଡପ, ତୁଳସୀ, ବିଶ୍ଵ ଦରବାର ଓ ଶ୍ରୀମନ୍ଦିର ମଞ୍ଚକୁ ଓହ୍ଲାଇଥିଲେ । ତେବେ ନାଟ୍ୟକାର ଡ. ଦୀପକ ଜେନାଙ୍କ ରଚିତ ଦୁଇ ନାଟକ ‘ତୁ ମୋ ବଜରଙ୍ଗୀ’ ଓ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ ଏ ବର୍ଷର ସୁପରହିଟ ନାଟକ ସାବ୍ୟସ୍ତ ହୋଇ ସାରିଥିବା ବେଳେ ସେକେଣ୍ଡ ଫେଜରେ ରଙ୍ଗ ମହଲର ‘କଟି କଟି ଡବଲ କଟି’ ବାଜିମାତ କରିଥିଲା । ହେଲେ ହରେକୃଷ୍ଣ ମହତାବ ସାସ୍କୃତିକ କମିଟିରେ ପଡିଥିବା ତୁଳସୀ ଗଣନାଟ୍ୟ ‘ଏ ବୋଧେ ଶେଷ ଦେଖା’ ବେଶ୍ ଧୁମ୍ ଧାମ୍ ରେ ଆଗେଇ ଚାଲିଥିଲା । ହେଲେ ନାଣ୍ଟୁ ବାବୁ-ସାଇ-ପାୟଲଙ୍କ ବିବାଦ ଶେଷ ଦୁଇ ରାତି ବେଶ୍ ବିବାଦରେ ରହିଥିଲା । ଏପିରିକି ଶେଷ ଦୁଇ ରାତିରେ ହୋଇଥିବା ନାଟକରେ ସାଇ-ପାୟଲଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଖଣ୍ଡଗିରି ଥାନାରେ ଚାଲିଛି ଏତଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)