ଅକ୍ଷର ବ୍ୟୁରୋ: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ କହିଲେ ମନ୍ତ୍ରୀ । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି । ଏହି ଘରଗୁଡ଼ିକ ଟୁ ଵିଏଚ୍କେ ରହିଛି କହିଲେ କୃଷ୍ଣଚନ୍ଦ୍ର ମହାପାତ୍ର । ସରକାର ଏଣିକି ଲୋ କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ । ପ୍ରାଥମିକ ଭାବେ ଏହି ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି ।
ଏଣିକି ଲୋ-କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ ସରକାର; ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।












Leave a Reply