ଅକ୍ଷର ବ୍ୟୁରୋ: ଆସନ୍ତାକାଲି ମହାମହିମ ରାଷ୍ଟପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟପତି ଦ୍ରୌପଦୀ ମୁର୍ମୁ । ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ୱର କମିଶେନରରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭି.ଆଇ.ପିଙ୍କ ସୁରକ୍ଷା ସୁଗମନାଗମନ କୁ ଦୃଷ୍ଟିରେ ରଖି ଆଇନ ୨୦୦୩ର ଧାରା ୨୭ ଓ କଟକ-ଭୁବନେଶ୍ୱର କମିଶେନରରେଟ୍ ପୁଲିସର ୨୦୦୮ର ଧାରା ୩୬ ଅନୁସାରେ ରାଷ୍ଟପତିଙ୍କ ଯାତାୟତ ପଥରେ କଟକଣା ଲାଗୁ କରାଯାଇଛି । ଆସନ୍ତା ୨୭ ତାରିଖ ତଥା ଗୁରୁବାର ଦିନ ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପରେ ଏ.ଜି.ଛକ ରୁ ବାମ ମୋଡ଼ ଦେଇ ରାଜ ଭବନ ଯାଏଁ ଅପରାହ୍ନ ୧.୩୦ ମିନିଟ୍ ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଯାତାୟତ ପଥକୁ ବନ୍ଦ କରାଯାଇଛି ।
୨୮ ତଥା ଶୁକ୍ରବାର ଦିନ ରାଜଭବନ ଛକରୁ ଏ.ଜି.ଛକ ଡ଼ାହାଣ ମୋଡ଼ ନେଇ ହସ୍ପିଟାଲ ଛକରୁ ଏୟାରପୋର୍ଟ ଛକର ଟର୍ମିନାଲ-୨ ଯାଏଁ ସକାଳ ୯ ଘଟିକାରୁ ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଯାତାୟତ ପଥ କୁ ବନ୍ଦ କରାଯାଇଛି । କଟକଣା ଲାଗିଥିବା ସମୟରେ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର,ଆମ୍ବଲାନ୍ସ,ଓ ପୁଲିସ ) ଚଳାଚଳରେ ଲାଗୁ ହେବନାହିଁ । ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ।
ବିମାନବନ୍ଦର ଠାରୁ ରାଜଭବନ ଓ ବିଧାନସଭା ପର୍ଯ୍ୟନ୍ତ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ଫୋର୍ସ ଓ ୬୪ଜଣ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି । ଏଥିସହ ୫ଜଣ ଡିସିପି, ୬ଜଣ ଅତିରିକ୍ତ ଡିସିପି, ୨୩ ଏସିପି, ୩୧ ଇନ୍ସପେକ୍ଟର, ୧୩୧ ଏସ୍ଆଇ/ଏଏସ୍ ଆଇ, ୧୮୫ ଏପିଆର କନଷ୍ଟେବଳ, ୭୫ ମହିଳା କନଷ୍ଟେବଳ, କୁଇକ୍ ରେସ୍ପନ୍ସ ଦଳ, ବୋମା ନିଷ୍କ୍ରିୟକାରୀ ଦଳ ରହିବେ । ରୁଟ୍ଲାଇନ ଲାଗି ୧୫୦ ଟ୍ରାଫିକ କନଷ୍ଟେବଳ ସମେତ ୫ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ରାଜଭବନରେ ରାଷ୍ଟ୍ରପତିଙ୍କ ରାତି ରହଣି ବ୍ୟବସ୍ଥା ଥିବାରୁ ସୁରକ୍ଷା ଭୁବନେଶ୍ବରକୁ କଡ଼ା ସୁରକ୍ଷା ବଳୟରେ ରଖାଯିବ । ଆସନ୍ତାକାଲି କାରକେଡ୍ ରିହରସାଲ କରାଯିବ ବୋଲି ଜଣାପଡ଼ିଛି ।












Leave a Reply