ଯୁଦ୍ଧ ବିଭୀଷିକା ମଧ୍ୟରେ କମିଲା ସୁନା ଏବଂ ରୂପା ଦର ।

ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ମଧ୍ୟରେ କମିଲା ସୁନା ଏବଂ ରୂପା ଦର । ଆଜି ଉଭୟ ଦର କମିଛି । ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୦୩୦ ଟଙ୍କା କମି ୧ ଲକ୍ଷ ୫୯ ହଜାର ୬୬୦ ହୋଇଛି । ଗତକାଲି ଦର ୧ ଲକ୍ଷ ୬୦ ହଜାର ୬୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୯୫୦ ଟଙ୍କା କମି ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ହୋଇଛି । ଯାହା ଗତକାଲି ୧ ଲକ୍ଷ ୪୭ ହଜାର ୩୦୦ ଥିଲା । ଅନ୍ୟପଟେ ରୂପା ଦର ମଧ୍ୟ ଆଜି ହ୍ରାସ ଘଟିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି । ଗତକାଲି ଦର ୨ ଲକ୍ଷ ୯୦ ହଜାର ଟଙ୍କା ଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)