ଅକ୍ଷର ବ୍ୟୁରୋ: ଆଜି ବି ସ୍ୱାଭାବିକ ହୋଇପାରିଲାନି ବିଧାନସଭା । ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଲଗାତାର ଚତୁର୍ଥ ଦିନରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ । ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଗୃହରେ ବିରୋଧୀ ନାରାବାଜି ମୁଣ୍ଡରେ କଳାପଟି ଦେଇ ଏବଂ ପ୍ଲାକାର୍ଡ ଧରି ହୋହଲ୍ଲା କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛନ୍ତି ବିରୋଧୀ । କୌଣସି ମତରେ ଗୃହକାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ହୋଇପାରୁନାହିଁ ।
ଚାଷୀଙ୍କ ଦୁଃଖକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ବାଚସ୍ପତି ସୁରମା ପାଢୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ହୋଇପାରିନି ଗୃହକାର୍ଯ୍ୟ । ମାତ୍ର ୫ ମିନିଟ୍ ହୋଇପାରିଛି ପ୍ରଶ୍ନକାଳ । କାନ୍ଦୁଛି ଚାଷୀ କାନ୍ଦେ ଜନତା, କୁଆଡ଼େ ଗଲା ତୁମ ଓଡ଼ିଆ ଅସ୍ମିତା ନାରାବାଜିରେ କମ୍ପିଲା ଗୃହ । ପରିସ୍ଥିତି ଅଣାୟତ୍ତ ହେବା ହେତୁ ପୁଣି ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।












Leave a Reply