ଆଜିଠୁ ବଦଳିବ ପାଗର ମିଜାଜ୍; ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ଅନୁଭବ ହେବ ଥଣ୍ଡା ।

ଅକ୍ଷର ବ୍ୟୁରୋ: ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ । ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଏହା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ । ଗତକାଲି ରାତିର ସବୁଠୁ କମ୍‌ ତାପମାତ୍ରା କୋରାପୁଟରେ ୧୫.୪ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୧୮ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୧୯ ଡିଗ୍ରୀ ରହିଥିଲା । ପୁରୀରେ ରାତିର ତାପମାତ୍ରା ସର୍ବାଧିକ ୨୬.୮ ଡିଗ୍ରୀ ରହିଥିଲା । ପାରାଦୀପରେ ୨୫.୭ ଡିଗ୍ରୀ, ଗୋପାଳପୁରରେ ୨୫.୪ ଡିଗ୍ରୀ, ଛତ୍ରପୁରରେ ୨୫.୫ ଡିଗ୍ରୀ, ଗୋପାଳପୁରରେ ୨୫.୪ ଡିଗ୍ରୀ, ବରଗଡ଼ରେ ୨୫.୨ ଓ ଟିଟିଲାଗଡ଼ରେ ୨୫ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଭୁବନେଶ୍ୱରରେ ରାତିର ତାପମାତ୍ରା ୨୪ ଡିଗ୍ରୀ, କଟକରେ ୨୩ ଡିଗ୍ରୀ ରହିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)