ଅକ୍ଷର ବ୍ୟୁରୋ: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି । ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା । ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି । ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା । ଏହି ଗଣନାରେ ପ୍ରାଣୀ ବିଶାରଦଙ୍କ ସହ, ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟଗାର୍ଡ ଓ ବନକର୍ମଚାରୀ ମାନେ ସାମିଲ ହୋଇଥିଲେ ।
ଚଳିତବର୍ଷ କୁମ୍ଭୀର ଗଣନା ଶେଷ; ଭିତରକନିକା ଜାତୀୟ ଉଦ୍ୟାନରେ ୧୮୫୮ ଟି କୁମ୍ଭୀର ଥିବା ସୂଚନା ।












Leave a Reply