ପ୍ରଦେଶ କଂଗ୍ରେସ କମିଟିର ବଡ଼ ନିଷ୍ପତ୍ତି; ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ବିଧାୟକଙ୍କୁ ସସପେଣ୍ଡ ।

ଅକ୍ଷର ବ୍ୟୁରୋ: ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ । ବଡ଼ ନିଷ୍ପତ୍ତି ନେଲା ପ୍ରଦେଶ କଂଗ୍ରେସ କମିଟି । ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛି କଂଗ୍ରେସ । ଏହି ତିନିଜଣ ବିଧାୟକ ହେଲେ ରମେଶ ଜେନା, ଦାଶରଥୀ ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ । ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ, ଯାହା ଦଳର ନୀତି ଏବଂ ନିର୍ଦ୍ଦେଶର ବିରୁଦ୍ଧରେ ଥିଲା । ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଦଳର ଅନୁଶାସନ ଏବଂ ନୀତିକୁ କେହି ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଦଳରେ ଅନୁଶାସନ ଏବଂ ଏକତା ବଜାୟ ରଖିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)