ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା; ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ।

ଅକ୍ଷର ବ୍ୟୁରୋ: ଦିନରେ ତାତି, ରାତିରେ ବର୍ଷା । ଦିନର ସର୍ବୋଚ୍ଚ ତାପମାତ୍ରା ଦୁଇ ଦିନରେ ୪୦ ଡିଗ୍ରୀ ଛୁଇଁପାରେ । ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ । ଝାରସୁଗୁଡ଼ା, ଟିଟିଲାଗଡ଼, ସମ୍ଵଲପୁର, ସୁନ୍ଦରଗଡ଼ରେ ୪୦ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଏହା ସହ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ବି ରହିଛି । ଆସନ୍ତାକାଲି ସକାଳ ୮.୩୦ ଯାଏଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ଝଡ଼ବର୍ଷା ସମ୍ଭାବନା ରହିଛି । ଏହାସହ ୫୦ରୁ ୬୦ କିମି ବେଗରେ ବହିପାରେ ପବନ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ଓଡିଶା ଓ ତା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହିପରି କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ମାଲକାନଗିରି ସମେତ ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ହୋଇପାରେ । ୩୦ ରୁ ୫୦ କିମି  ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)