ଅକ୍ଷର ବ୍ୟୁରୋ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ । ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି । ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ଏବଂ ବିଜୟ କୁମାର ସିହ୍ନାଙ୍କ ପରି ହେଭିୱେଟ୍ ନେତାଙ୍କ ଭାଗ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣୟ ହେବ । ମହୁଆରୁ ନିର୍ବାଚନ ଲଢ଼ୁଥିବା ତେଜସ୍ୱୀଙ୍କ ବଡ଼ଭାଇ ତେଜପ୍ରତାପ ଯାଦବ ଏବଂ ରାଜ୍ୟ ଜେଡିୟୁ ସଭାପତି ଉମେଶ କୁଶୱାହାଙ୍କ ଭାଗ୍ୟ ମଧ୍ୟ କାଲି ନିର୍ଣ୍ଣୟ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ହାଇ ଭୋଲ୍ଟେଜ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ମାରାଥନ୍ ପ୍ରଚାର କରିଛନ୍ତି ।
ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ; ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି ୧୩୧୪ ପ୍ରାର୍ଥୀ ।












Leave a Reply