ଶେଷ ପର୍ଯ୍ୟାୟରେ ରାଜ୍ୟସଭା ନିର୍ବାଚନର ପ୍ରସ୍ତୁତି; ଆଜି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।

ଅକ୍ଷର ବ୍ୟୁରୋ: ଆଜି ନବୀନଙ୍କ ବଡ଼ ବୈଠକ । ରାଜ୍ୟସଭା ନିର୍ବାଚନର ପାଇଁ ବିଜେଡିର ରଣନୀତି ପ୍ରସ୍ତୁତି । ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିବ ବିଧାୟକ ଦଳ ବୈଠକ । ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ରହିଛି । ତା ପୂର୍ବରୁ ଆଜି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ବିଜେଡି । ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ହେବ ବୈଠକ । ଗତ ଦୁଇଦିନ ହେଲା ବିଜେଡି ବିଧାୟକ ମାନଙ୍କୁ ତାଲିମ ଦେଇ ଆସୁଛି ଦଳ । ନବୀନ ନିବାସରେ ବିଧାୟକ ମାନଙ୍କୁ ଦଳ ତରଫରୁ ଟ୍ରେନିଂ ଦିଆଯାଇଛି । ଗତକାଲି ବିଜେଡି ବିଧାୟକ ମାନେ ବିଧାନସଭା ଯାଇ ଭୋଟ୍ ଗ୍ରହଣ ଯେଉଁଠି ହେବ ତାହା ମଧ୍ୟ ବୁଲି ଦେଖିଥିଲେ । ଦଳୀୟ ବିଧାୟକଙ୍କ ଗୋଟିଏ ଭୋଟ୍ ନାକଚ ଯେମିତି ନହେବ ତାହା ଉପରେ ଗୁରୁତ୍ଵ ଦେଉଛି ବିଜେଡି । ଗତକାଲି ନବୀନ ନିବାସ ବୈଠକରେ ହୋଇଥିଲା ମକ୍ ଭୋଟିଂ । ଗତକାଲି ସୂଚାନୁଯାୟୀ, ନବୀନଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଥିଲେ ୩୮ ବିଜେଡି ବିଧାୟକ । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ମୋନାହର ରାନ୍ଧରି । ନବୀନ ନିବାସରେ ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ଆଲୋଚନା ହେଲା । ଆମେ ସମସ୍ତେ ଉପସ୍ଥିତ ଥିଲୁ । ନବୀନ ବାବୁ କହିଲେ ଭଲ ଭାବେ ଭୋଟ ଦେବାକୁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)