ଅକ୍ଷର ବ୍ୟୁରୋ: ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ । ଗତ କାଲି ପରି ବିରୋଧୀ ଆଜି ମଧ୍ୟ ପ୍ରଶ୍ନ କାଳ ଓ ଶୁନ୍ୟକାଳରେ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ଗୃହରେ ଶାସକ ଦଳକୁ ଘେରି ପାରନ୍ତି । ଏପଟେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ-କ୍ରୀଡା ଓ ଯୁବକଲ୍ୟାଣ-ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଭଳି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିଭଳି ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ଆଲୋଚନା ହେବ । ଏହାସହ ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ ଦଳ । ଏସବୁ ଭିତରେ କଂଗ୍ରେସର କିଛି ବିଧାୟକ ବେଙ୍ଗାଲୁରୁ ଯାଇଛନ୍ତି । ତେଣୁ ଗୃହକୁ କଂଗ୍ରେସର ବାକି ବିଧାୟକ ଆସୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।
ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ; ଆଜି ମଧ୍ୟ ପ୍ରଶ୍ନ କାଳ ଓ ଶୁନ୍ୟକାଳରେ ଶାସକ ଦଳକୁ ଘେରିବେ ବିରୋଧୀ ।












Leave a Reply