ଭିଜିଲାନ୍ସ ଜାଲରେ ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ

ଜଣେ ବୈଦ୍ୟୁତିକ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭୁବନେଶ୍ୱରର ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଗୁଣବତ୍ତା) ତୁଷାରକାନ୍ତ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ରେଡ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ଟିମ ଗତକାଲି ରାତିରେ ଭୁବନେଶ୍ୱର TPCODL ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କ୍ୱାଲିଟି) ତୁଷାରକାନ୍ତ ଜଣେ ଠିକାଦାରଙ୍କ ଠାରୁ ଏକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସ୍ଥାପିତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡାନ୍ତ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ସେ ଏହି ଲାଞ୍ଚ ଦାବି କରିଥିଲେ। ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ଧରି ସେ ରାୟଙ୍କୁ ରିପୋର୍ଟ ପାଇଁ ଅନୁରୋଧ କରୁଥିଲେ, କିନ୍ତୁ ରାୟ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବାଧ୍ୟ ହୋଇ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହା ପରେ ଭିଜିଲାନ୍ସ ଟିମ ତୁଷାରକାନ୍ତଙ୍କୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)