ବୌଦ୍ଧ ଜିଲ୍ଲାର କୁସଙ୍ଗ ମହାନଦୀରେ ଛଡାଯାଇଛି ୧୨ଟି ଘାଡ଼ିଆଳ କୁମ୍ଭୀର ।

ଅକ୍ଷର ବ୍ୟୁରୋ: ମହାନଦୀରେ ବଢୁଛି ଘଡ଼ିଆଳ କୁମ୍ଭୀର ବଂଶ । ଏହିକ୍ରମରେ ଗତକାଲି ପୁଣି ୧୨ଟି ଘାଡ଼ିଆଳ କୁମ୍ଭୀରକୁ ମହାନଦୀରେ ଛଡାଯାଇଛି । ଯାହାଦ୍ୱାରା ଅଧିକ ଘଡ଼ିଆଳ ବଂଶ ବୃଦ୍ଧି ଘଟିବ । ସମସ୍ତ କୁମ୍ଭୀରକୁ ବୌଦ୍ଧ ଜିଲ୍ଲାର କୁସଙ୍ଗ ମହାନଦୀ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ନିକଟସ୍ଥ ମହାନଦୀରେ ଛଡ଼ାଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ ବନ ଅଧିକାରୀ ଆସି ପ୍ରଥମେ ସୁନାଖଣିଆ ବିଟ ନିକଟରେ ପହଞ୍ଚିଥିଲେ । ପରେ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ସହ ୧୨ଟି ଘଡ଼ିଆଳ କୁମ୍ଭୀରକୁ ମହାନଦୀକୁ ନିଆଯାଇଥିଲା । ସମସ୍ତ କୁମ୍ଭୀରକୁ ପର୍ଯ୍ୟାୟକ୍ରମେ ସାତକୋଶିଆ ଗଣ୍ଡକୁ ଛଡା ଯାଇଥିଲା । ଯାହାଦ୍ୱାରା କୁମ୍ଭୀର ବଂଶ ବୃଦ୍ଧି ଘଟିବ। ଗଣ୍ଡରେ ପ୍ରାକୃତିକ ସନ୍ତୁଳନ ସ୍ଥିର ରହିବ । ୨୦୧୯ମସିହାରୁ ମହାନଦୀରେ କୁମ୍ଭୀର ଛଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ମୋଟ୍ ୩୫ଟି କୁମ୍ଭୀର ଗଣ୍ଡକୁ ଛଡା ସରିଲାଣି । ଯାହା ଅଗାମୀ ଦିନରେ ଓଡିଶାକୁ ସାରା ଭାରତରେ ପରିଚୟ ପ୍ରଦାନ କରିବ ବୋଲି ଆରସିସିଏଫ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)