ଗଞ୍ଜେଇ ଚାଲାଣରେ ଦୁଇ ବିଜେଡି ନେତା ଗିରଫ !

ଅକ୍ଷର ବ୍ୟୁରୋ: ଗଞ୍ଜେଇ ଚାଲାଣରେ ବିଜେଡି ନେତା । ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଲାଣ ନେଇ ଧରାପଡୁଛନ୍ତି ଗଞ୍ଜେଇ ମାଫିଆ । କିନ୍ତୁ ଏବେ ଗଞ୍ଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇଜଣ ବିଜେଡି ନେତା । ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ । ଆଉ ଜଣେ ହେଉଛନ୍ତି ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା । ଗଞ୍ଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଉଭୟ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ । ଦୁଇ ବିଜେଡି ନେତା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହେବା ପରେ ଜୋର ଧରିଛି ରାଜନୀତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)