ବାଲେଶ୍ୱର FM କଲେଜରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଦିଲ୍ଲୀରୁ ଆସି ବାଲେଶ୍ୱରରେ ପହଞ୍ଚିଲା ୪ ଜଣିଆ ଟିମ୍ । ଭାରପ୍ରାପ୍ତ ଅଧ୍ୟକ୍ଷ, ICC ସଦସ୍ୟଙ୍କ ସହ କରିବେ ଆଲୋଚନା । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ୱର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍ଓଡି କାରାଗାରର ୩ ନମ୍ବର ସେଲ୍ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି। ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି। ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍ଚାପ୍ ରହୁଥିବା ଜଣାଯାଇଛି।
ବାଲେଶ୍ୱର FM କଲେଜରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।












Leave a Reply