୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ; କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ ।

ଅକ୍ଷର ବ୍ୟୁରୋ: ଜାନୁଆରି ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ କି ଡିଜେଲ । ପେଟ୍ରୋଲ ଡିଲର ସଂଘ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିସନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି । ଏବେ ପିୟୁସି ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ସଚେତନ କରାଯିବ । ଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପରିବହନ କମିସନର ଅମିତାଭ ଠାକୁର ।

ସୂଚନାଅନୁସାରେ, ଗାଡ଼ିରେ ପେଟ୍ରୋଲ, ଡିଜେଲ ଭରିବା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ନେଇ ପରିବହନ ବିଭାଗର ରାତିଅଧିଆ ନିର୍ଦେଶନାମା ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ରୋଷ ବଢ଼ିଥିବା ବେଳେ ଏହାକୁ ନେଇ କିଛିଟା କୋହଳ ମନୋଭାବ ପୋଷଣ କରିଛି ବିଭାଗ । ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)