ଉତ୍କଳ ହସ୍ପିଟାଲରେ ବିଶ୍ୱ ଡାଏବେଟିସ ଦିବସ ୨୦୨୫ ପାଳିତ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ନିଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ଆଜି ବିଶ୍ୱ ଡାଏବେଟିସ ଦିବସ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜେଶ ପ୍ରଭାକର ପାଟିଲ IAS(କମିଶନର-କମ୍-ସେକ୍ରେଟାରି, ସମବାୟ ବିଭାଗ, ଓଡ଼ିଶା ସରକାର) ଯୋଗ ଦେଇଥିଲେ । ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ହସ୍ପିଟାଲର ସି.ଇ.ଓ ଶ୍ରୀ ବି.କେ.ସୁବୋଧ ସିଂହ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ସଚେତନତା ଓ ଜୀବନ ଶୈଳୀ ପରିବର୍ତ୍ତନ ଦ୍ୱାରା ଡାଏବେଟିସ ନିୟନ୍ତ୍ରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉତ୍କଳ ହସ୍ପିଟାଲର ପ୍ରସିଦ୍ଧ ଡାକ୍ତରମାନେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଥିଲେ ।

ସଚେତନତା ଅଭିଯାନର ଅଂଶ ଭାବେ ହସ୍ପିଟାଲ ସମ୍ମୁଖରେ ଏକ ବିଶେଷ ଯୋଗ ଅଧିବେଶନ ଆୟୋଜନ କରାଯାଇଥିଲା । ଯେଉଁଠି ଭାରତୀୟ ଯୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତ ତରଫରୁ ପ୍ରାନ୍ତ ପ୍ରଧାନ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପ୍ରଶିକ୍ଷିତ ଯୋଗ ଶିକ୍ଷକମାନେ ଯୋଗ କାର୍ଯ୍ୟକ୍ରମକୁ ପ୍ରରିଚାଳନା କରିଥିଲେ । ସେମାନେ ଶାରୀରିକ କ୍ରିୟାଶୀଳତା ଓ ମନୋନିବେଶ (mindfulness) ଡାଏବେଟିସ ନିୟନ୍ତ୍ରଣ ଓ ସମଗ୍ର ସ୍ୱାସ୍ଥ୍ୟ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଜୋର ଦେଇଥିଲେ । ୪୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ଯୋଗ ଅଧିବେଶନରେ ଯୋଗଦେଇ ଥିଲେ ଓ ଏକ ଡାଏବେଟିସ-ମୁକ୍ତ ସମାଜ ପାଇଁ ସ୍ୱାସ୍ଥ୍ୟ ସଚେତନତାର ସନ୍ଦେଶ ଭିତରେ ପ୍ରଭାବିତ ହୋଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଟିଲ ଉତ୍କଳ ହସ୍ପିଟାଲଙ୍କ ସମାଜମୁଖୀ ସ୍ୱାସ୍ଥ୍ୟ ଉଦ୍ୟମକୁ ସ୍ତୁତି କରି, ସ୍ୱାସ୍ଥ୍ୟ ସମ୍ପର୍କୀୟ ସଚେତନତା ଓ ସୁସ୍ଥ ଜୀବନ ଶୈଳୀ ଅଙ୍ଗୀକାର କରିବାକୁ ଲୋକମାନଙ୍କୁ ଆହ୍ୱାନ କଲେ । କାର୍ଯ୍ୟକ୍ରମର ଶେଷରେ ଡାଏବେଟିସ ବିରୋଧରେ ଲଢ଼ିବା ପାଇଁ ଜୀବନ ଶୈଳୀ ପରିବର୍ତ୍ତନ, ନିୟମିତ ବ୍ୟାୟାମ ଓ ଚିକିତ୍ସା ଜାଞ୍ଚ ଦ୍ୱାରା ସଚେତନତା ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ଶପଥ ନେଲେ ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)