ଖଲ୍ଲିକୋଟ: ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ… ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁ ର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଥିବା ବେଳେ… ଓଡ଼ିଆ ଆଲପୁର ଗାଁର ୩ ଜଣ ଆହାତ ହୋଇଥିବା ବେଳେ ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି… ଘଟଣା ରେ ଗୋଟିଏ ବାଇକ ଭଙ୍ଗାରୁଜା ସହ କିଛି ଘର ର ଆଜେବେଷ୍ଟ ଭାଙ୍ଗିଥିବା ଅଭିଯୋଗ ହୋଇଛି… ଅଭିଯୋଗ ମୁତାବକ ଗତ କାଲି ରାତିରେ ପଥରା କଣ୍ଡରା ସାହି ର କିଛି ବ୍ୟକ୍ତି ଟ୍ରାକ୍ଟର ରେ ଅଳିଆ ଆବର୍ଜନା ଆଣି ଓଡ଼ିଆ ଆଲପୁର ଗାଁରେ ଜନ ବସନ୍ତି ସ୍ଥାନ ରେ ଅଳିଆ ଢ଼ାଳି ବାରୁ.. ଓଡ଼ିଆ ଆଲପୁର ଗାଁର କିଛି ଲୋକେ ବିରୋଧ କରିଥିଲେ… କିଛି ବୁଝିବା ପୂର୍ବରୁ ଉଭୟ ଗାଁ ର ଲୋକେ ଗାଳିଗୁଲଜ ସହ ହାତାହାତି ହେବା ପରେ ଠେଲା ମାଡ଼ ହୋଇଥିଲା… . ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ପହଁଚି ବୁଝାସୁଝା ସହ ଘଟଣା ର ତଦନ୍ତ ଜାରି ରଖିଛି |
ଅଳିଆ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଆହାତ













Leave a Reply