ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟର ଯୁଦ୍ଧ ଫଳରେ ଭାରତୀୟଙ୍କ ଉପରେ ହେଉଛି ମହଙ୍ଗା ମାଡ଼ । କିନ୍ତୁ ଏହାରି ଭିତରେ ଏପରି ଏକ ଖବର ଆସିଛି ଯେଉଁଠି ଶସ୍ତା ହୋଇଛି ଅଣ୍ଡା ଦର । ବାଲେଶ୍ୱରରେ ହୋଲସେଲ ଅଣ୍ଡା ଟ୍ରେ ପ୍ରତି ଦର 180 ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୋଲା ୭ ଟଙ୍କା ରହିଛି । ଯାହା ପୂର୍ବରୁ ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଥିଲା । ଖୋଲାରେ ଅଣ୍ଡା ପ୍ରତି ୮ରୁ ୯ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି । କୁହାଯାଇଛି ଆନ୍ଧ୍ରପ୍ରଦେଶରୁ ଅଣ୍ଡା ମଧ୍ୟପ୍ରାଚ୍ୟ ଦେଶଗୁଡିକୁ ରପ୍ତାନୀ ହୋଇଥାଏ । ତେବେ ଯୁଦ୍ଧ ପ୍ରଭାବରେ ଅଣ୍ଡା ରପ୍ତାନୀ ପ୍ରଭାବିତ ହୋଇଛି । ଏଥିଲାଗି ଓଡିଶା ବଜାରକୁ ଅଧିକ ଅଣ୍ଡା ଆସୁଛି । ଯାହା ଏବେ ଶସ୍ତା ହୋଇଛି ।
ଶସ୍ତା ହୋଇଛି ଅଣ୍ଡା ଦର; ମଧ୍ୟପ୍ରାଚ୍ୟର ଯୁଦ୍ଧର ପ୍ରଭାବ ।












Leave a Reply