ଢେଙ୍କାନାଳରେ ୫୦ ମୋଡିଫାଏଡ୍‌ ବୁଲେଟ୍‌ ସାଇଲେନ୍ସର ଉପରେ ଚଢ଼ିଲା ରୋଲର୍‌!

ଢେଙ୍କାନାଳ: ରାସ୍ତାରେ ଉଚ୍ଚ ଶବ୍ଦ କରି ବୁଲେଟ୍‌ ଚଳାଉଥିବା ଅମାନିଆ ଚାଳକଙ୍କ ବିରୋଧରେ ଢେଙ୍କାନାଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମୋଡିଫାଏଡ୍‌ ସାଇଲେନ୍ସର ଲଗାଇ ସହରରେ କାନଫଟା ଶବ୍ଦ କରୁଥିବା ବୁଲେଟ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରିବା ସହ ୫୦ଟି ମୋଡିଫାଏଡ୍‌ ସାଇଲେନ୍ସର ଜବତ କରାଯାଇଛି। ଏହି ସାଇଲେନ୍ସରଗୁଡ଼ିକୁ ଢେଙ୍କାନାଳ ଟାଉନ୍‌ ଥାନା ସମ୍ମୁଖରେ ରାସ୍ତା ଉପରେ ରଖି ରୋଲର୍‌ ଚଢ଼ାଇ ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ମୋଡିଫାଏଡ୍‌ ସାଇଲେନ୍ସର ବ୍ୟବହାର କରୁଥିବା ଚାଳକଙ୍କ ପାଇଁ ଚେତାବନୀ ସାଜିଛି।

ସହରରେ ମୋଡିଫାଏଡ୍‌ ସାଇଲେନ୍ସର ଲଗାଇ ବୁଲେଟ୍‌ ଚଳାଇବା ଦ୍ୱାରା ଉଚ୍ଚ ଶବ୍ଦ ସୃଷ୍ଟି ହେଉଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ ଯାଞ୍ଚ ଓ ଧରପଗଡ଼ ଜୋରଦାର କରାଯାଇଛି। ଏଭଳି ସାଇଲେନ୍ସର ବ୍ୟବହାର କରୁଥିବା ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏଥିସହ ଜବତ ସାଇଲେନ୍ସରଗୁଡ଼ିକୁ ରୋଲର୍‌ ଚଢ଼ାଇ ନଷ୍ଟ କରାଯାଇଛି। ପାର୍ବଣ ସମୟରେ ଏଭଳି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଇ ଗାଡ଼ି ନ ଚଳାଇବାକୁ ଢେଙ୍କାନାଳ ଏସ୍‌ପି ଚାଳକମାନଙ୍କୁ ଅପିଲ୍‌ କରିଛନ୍ତି। ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ସହ ସାଇଲେନ୍ସର ନଷ୍ଟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial