କଟକ ସିଡିଏରେ ପିଏନ୍‌ଜି ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଲୋକେ!

କଟକ: କଟକ ସିଡିଏ ସେକ୍ଟର-୧୦ରେ ପିଏନ୍‌ଜି ଗ୍ୟାସ୍‌ ପାଇପ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍‌ ଲାଇନ୍‌ରୁ ନିଆଁ ବାହାରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ସିଡିଏ ଅଗ୍ନିଶମ ବାହିନୀ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଶୀଘ୍ର ଆୟତ୍ତ କରିଥିଲେ। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ନିକଟରେ ଥିବା ଏକ ଜଳଖିଆ ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ମୋଟ ୪ଟି ସ୍ଥାନରେ ଗ୍ୟାସ୍‌ ପାଇପ୍‌ ଲିକ୍‌ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ସିଡିଏ ସେକ୍ଟର-୧୦ରେ ପିଏନ୍‌ଜି ଗ୍ୟାସ୍‌ ଲିକ୍‌ ଯୋଗୁଁ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ନିଆଁ ଅଧିକ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିଲେ ମଧ୍ୟ ପାଖରେ ଥିବା ଜଳଖିଆ ଦୋକାନର କିଛି କ୍ଷୟକ୍ଷତି ହୋଇଛି। ଗ୍ୟାସ୍‌ ପାଇପ୍‌ ଲିକ୍‌ ହୋଇଥିବା ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଓ ମରାମତି ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial