ଅକ୍ଷର ବ୍ୟୁରୋ: ଗଭୀର ସମୁଦ୍ରରେ ମାଛ ଧରି ଫେରୁଥିବାବେଳେ ବଡ଼ ଅଘଟଣ। ନେହେରୁ ବଙ୍ଗଳା ମହାନଦୀ ମୁହାଣ ନିକଟରେ ଉଚ୍ଚ ସମୁଦ୍ର ଲହଡ଼ି ମାଡ଼ରେ ଏକ ଟାପା ବୋଟ୍ ଦୁଇଫାଳ ହୋଇ ଭାଙ୍ଗିଯାଇଛି। ତେବେ ବୋଟ୍ରେ ଥିବା ୫ ଜଣ ମତ୍ସ୍ୟଜୀବୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ମାଛ ଧରି ଫେରୁଥିବା ଅନ୍ୟ ଏକ ଟାପା ବୋଟ୍ର ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହା ସହ ଭାଙ୍ଗିଯାଇଥିବା ବୋଟ୍କୁ ମଧ୍ୟ ଉଦ୍ଧାର କରି କୂଳକୁ ଅଣାଯାଇଛି।
ସୂଚନା ଅନୁଯାୟୀ, ଏକ ଟାପା ବୋଟ୍ରେ ୫ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରି ଫେରୁଥିବା ସମୟରେ ନେହେରୁ ବଙ୍ଗଳା ମହାନଦୀ ମୁହାଣ ମୁହଁରେ ଉଚ୍ଚ ସମୁଦ୍ର ଲହଡ଼ି ବୋଟ୍ରେ ମାଡ଼ ହୋଇଥିଲା। ଫଳରେ ବୋଟ୍ଟି ଭାଙ୍ଗି ଦୁଇଫାଳ ହୋଇଯାଇଥିଲା। ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ମାଛ ଧରି ଫେରୁଥିବା ଅନ୍ୟ ଏକ ଟାପା ବୋଟ୍ ସେଠାରେ ପହଞ୍ଚି ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏହା ପରେ ଭାଙ୍ଗିଯାଇଥିବା ବୋଟ୍କୁ ମଧ୍ୟ ଉଦ୍ଧାର କରି କୂଳକୁ ଅଣାଯାଇଥିଲା। ଏହି ଘଟଣାରେ ୫ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।














Leave a Reply