ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ସନାତନ ମୁଣ୍ଡା। ସେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ରାତିରେ କମ୍ପାନୀର ସାମଗ୍ରୀ ଜଗିଥିବାବେଳେ ତାଙ୍କ ସହ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସନାତନ ମୁଣ୍ଡା ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ରାତିରେ କମ୍ପାନୀର ସାମଗ୍ରୀ ଜଗିବା ଦାୟିତ୍ୱରେ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ତେବେ କିଏ ଏବଂ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିବା ସୂଚନା ମିଳିଛି। ଏହି ପୃଷ୍ଠଭୂମିରେ ସିକ୍ୟୁରିଟି ଗାର୍ଡଙ୍କ ହତ୍ୟା ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ତେବେ ଖଣି ବିବାଦ ସହ ହତ୍ୟାକାଣ୍ଡର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ଏଯାଏଁ ନିଶ୍ଚିତ ହୋଇନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାର କାରଣ ଜାଣିବା ସହ ଏଥିରେ କିଏ ସମ୍ପୃକ୍ତ, ତାହା ଖୋଜିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।














Leave a Reply