ଉମରକୋଟରେ ପାଳିତ ହୋଇଯାଇଛି ” ଦାସିଆ ସାଂସ୍କୃତିକ ପରିଷଦ”ର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ

ଉମରକୋଟ: ଉମରକୋଟରେ ପାଳିତ ହୋଇଯାଇଛି ” ଦାସିଆ ସାଂସ୍କୃତିକ ପରିଷଦ”ର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ ହୋଟେଲ ଏସ. ଏସ. ଇଣ୍ଟରନ୍ୟାସନାଲ ଠାରେ l ଏଥିରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ, ଓଡିଶା ସରକାର,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତl ଭାବେ ଶ୍ରୀ ବଲ୍ଲଭ ରାଉତ, ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଏମ. ହିମାଂଶୁ ଆଚାରୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଲକ୍ଷ୍ମୀକାନ୍ତ ବାହିନୀପତି, ଡ଼. ପ୍ରଦୀପ କୁମାର ମିଶ୍ର, ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଉପସ୍ଥିତ ଥିଲେ l ସମ୍ପାଦକ ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଉପାନ୍ତ ଅଂଚଳରେ ଓଡ଼ିଆ ଭାଷାର ସମୃଦ୍ଧି,ପ୍ରସାର ନିମନ୍ତେ ପରିଷଦର ବଳିଷ୍ଠ ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ ମୁଖ୍ୟ ବକ୍ତା ଶ୍ରୀ ବଲ୍ଲଭ ରାଉତ ଆମ ଜିଲ୍ଲାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନବଜାଗାରଣର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ l ପରେ ପରିଷଦର ରାଜ୍ୟସ୍ତରୀୟ ମୁଖପତ୍ର ” ପ୍ରେରଣା “, ଶ୍ରୀ ପୀତାମ୍ବର ବେହୁରିଆଙ୍କ ତିନୋଟି ପୁସ୍ତକ ଯଥା -ସତ୍ୟମେବ ଜୟତେ, ଅଭିଶପ୍ତ ଜଗନ୍ନାଥ, ସୁନ୍ଦର ମୋର ଗାଆଁଟି । ଶ୍ରୀମତୀ ସ୍ୱାଗତିକା ସାହୁଙ୍କ ” ଭାବ ସ୍ପନ୍ଦନ “, ଶ୍ରୀମତୀ ଶାନ୍ତିଲତା ମହାନ୍ତିଙ୍କ ” ସାଉଁଟା ଫୁଲ ” ଶ୍ରୀ ଶେଖ ନାସିରୁଦ୍ଦିନଙ୍କ ” ସ୍ମୃତିର ଶାମୁକା ” ର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କରିଥିଲେ l ପ୍ରେରଣା ପତ୍ରିକାର ସମୀକ୍ଷା ଶ୍ରୀ ବଲ୍ଲଭ ରାଉତ କରିଥିବାବେଳେ ଅନ୍ୟମାନେ ନିଜ ନିଜ ପୁସ୍ତକ ବିଷୟରେ ବକ୍ତବ୍ୟ ରଖିଥିଲେ l

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ପରିଷଦ ତରଫରୁ…. ନାଗରିକ ସମ୍ବର୍ଦ୍ଧନା… 2025 ପ୍ରଦାନ କରାଯାଇଥିଲା l ଏହାପରେ ଶିକ୍ଷା, ସାହିତ୍ୟ, ସମାଜସେବା, ସଂଗଠନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l “ଟିକିବାବୁ ସ୍ମୃତି ସମ୍ମାନ ” – 2025 ଶ୍ରୀ ଆଶୁତୋଷ ପାତ୍ର, ଶ୍ରୀ କୃପାରାମ ସାହୁ, ଶ୍ରୀ ଧନେଶ୍ୱର ପୁହାଣ, ଶ୍ରୀ ଚିନାରୀ ଅଶୋକ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା l ଦାଶରଥି ପଟ୍ଟନାୟକ ସ୍ମୃତି ସମ୍ମାନ ” ଶ୍ରୀ ଛତ୍ରପତି ସାହୁ, ଶ୍ରୀ ଲକ୍ଷ୍ମୀକାନ୍ତ ବାହିନୀପତି, ଶ୍ରୀ ଶ୍ରୀନିବାସ ପଟ୍ଟନାୟକ, ଡ଼. ପ୍ରଦୀପ କୁମାର ମିଶ୍ର, ଡ଼. ଓଁକାର ପଟ୍ଟନାୟକ, ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ, ଶ୍ରୀ ପ୍ରଫୁଲ୍ଲ କୁମାର ହୋତା ଙ୍କୁ କରାଯାଇଥିଲା । “ପ୍ରେରଣା ” ସାରସ୍ୱତ ସମ୍ମାନ ଶ୍ରୀ ଭାଗୀରଥି ବେହେରା, ବ୍ରହ୍ମପୁର, ଶ୍ରୀ ବଲ୍ଲଭ ରାଉତ, ଶ୍ରୀ ଅଭିରାମ ଲେଙ୍କା ଙ୍କୁ କରାଯାଇଥିଲା । “ସୁବାସ ଚନ୍ଦ୍ର ସ୍ୱାଇଁ ସ୍ମୃତି ସମ୍ମାନ “ଶ୍ରୀ କାର୍ତ୍ତିକ ମଲ୍ଲିକ, ପ୍ରତିଷ୍ଠାତା, ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ, “ଦୁଃଖୀଶ୍ୟାମ ପ୍ରଧାନ ସ୍ମୃତି ସମ୍ମାନ “ଶ୍ରୀ ପ୍ରଶାନ୍ତ କୁମାର ଦାଶ, ଏମ. ରାମପୁର, କଳାହାଣ୍ଡି, ଶିକ୍ଷାରତ୍ନ ସମ୍ମାନ ଶ୍ରୀ ଦେବେନ୍ଦ୍ର ନାଥ ପଣ୍ଡା, ଶ୍ରୀ ସନଧର ମାଝୀ, କ୍ରୀଡାରତ୍ନ ସମ୍ମାନ ଶ୍ରୀ କିଶୋର କୁମାର ସିଲ ଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ l ଏହି ଅଧିବେଶନକୁ ପରିଚାଳନା କରିଥିଲେ ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଶ୍ରୀ ସମୀର କୁମାର ପ୍ରଧାନ ଓ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ l

ଦ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ମଞ୍ଚ ରେ ମୁଖ୍ୟ ଅତିଥି ଶ୍ରୀ ଧର୍ମରାଜ ମାଝୀ, ଅଧ୍ୟାପକ ପରୀକ୍ଷିତ ସାହୁ, ସଭାପତି, ସମ୍ମାନିତ ଅତିଥି ଅଧ୍ୟାପକ ଗୋପାଳ ମହାରଣା , ଶ୍ରୀମତୀ ପ୍ରଭାତୀ ଦେବନାଥ, ସଂଯୋଜକ ଭାବେ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଶ୍ରୀ ସାଗର କୁମାର ପରିଡା, ଶ୍ରୀମତୀ ସ୍ୱାଗତିକା ସାହୁ, ଶ୍ରୀମତୀ ସ୍ୱାଗତିକା ବାହିନୀପତି କବିତାଗୁଡିକର ବଳିଷ୍ଠ ସଂଯୋଜନା କରିଥିଲେ l ତଥା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କବି / କବୟିତ୍ରୀ ଏଥିରେ ଉପସ୍ଥିତ ରହି ନିଜସ୍ୱ କବିତା ପାଠ କରିଥିଲେ l ସେମାନଙ୍କୁ ପରିଷଦ ତରଫରୁ ” ମାନପତ୍ର ” ଓ ସିଲଡ଼ ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)