ଅକ୍ଷର ବ୍ୟୁରୋ : ବଢିଲାଣି ଖରା । ୩୭ ଡିଗ୍ରୀ ଛୁଇଁଲା ତାତି । ତେବେ ମାଘ ମାସ ନପୁରୁଣୁ ଏଭଳି ତାତିକୁ ଦେଖି ସମସ୍ତେ ଭୟଭୀତ ରହିଛନ୍ତି । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏବେଠୁ ଏତେ ତ ଆଗକୁ କେତେ । ତେବେ ଚଳିତ ବର୍ଷ ରଜ୍ୟରେ ପ୍ରଥମ ଥର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୩୬ ଡିଗ୍ରୀ ଓ ଭୁବନେଶ୍ବରରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ । ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ପୂର୍ବରୁ ଯଦି ଦେଖିବା ରାଜ୍ୟରେ ଫେବୃଆରୀ ମାସ ଶେଷ ଯାଏଁ ଶୀତ ଅନୁଭବ ହେଉଥିଲା । ହେଲେ ଚଳିତ ବର୍ଷ ଶୀତ ବହୁତ ଶୀଘ୍ର ଉଭାନ ହୋଇଯାଇଛି । ଜାନୁଆରୀ ମାସରୁ ହିଁ ବୃଦ୍ଧି ପାଇଛି ତାପମାତ୍ରା ।
ଏବେଠୁ ଏତେ ଖରା, ଆଗକୁ ଆଉ କେତେ ବୃଦ୍ଧି ପାଇବ ଖରାର ତାପମାତ୍ରା















Leave a Reply