ଅକ୍ଷର ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତା ଉପରେ ଫ୍ଲାଇଆସ ଇଟା ବୋଝେଇ ଟ୍ରାକ୍ଟର ଓଲଟି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି | ଦ୍ରୁତ ଗତିରେ ଟ୍ରାକ୍ଟରଟିଯାଉଥିବା ହେତୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଟ୍ରାକ୍ଟରଟି ଇଟା ଧରି ଗୁଲୁମୁଣ୍ଡା ପାକା ନିକଟ ଇଟା ଫାକ୍ଟ୍ରିରୁ ଇଟା ବୋଝେଇ କରି ଗୁଣୁପୁର ଅଭିମୁଖେ ଯାଉଥିଲା | ଘଟଣାସ୍ଥଳରେ ୩ ମୃତ୍ୟୁ ଘଟିଥିବା ବେଳେ ଚାଳକ ସମେତ ୪ ଗୁରୁତର ରହିଥିବା ଖବର ମିଳିଛି | ମୃତ ଶ୍ରମିକମାନେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ | ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି | ସମସ୍ତ ଶ୍ରମିକ ଗୁଣୁପୁର ବ୍ଲକ ଅମ୍ଫରା ଗ୍ରାମର ବୋଲି ଖବର ମିଳିଛି |
ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର : ୩ ଶ୍ରମିକ ମୃତ ,୪ ଗୁରୁତର













Leave a Reply