ଅକ୍ଷର ବ୍ୟୁରୋ : ସରକାରୀ ସହାୟତା ସାତ ସପନ ହୋଇଛି | ଭଙ୍ଗା ଘରେ ନଅ ପ୍ରାଣୀଙ୍କ ଜୀବନ ବିତୁଛି । ଦିନ ମଜୁରିଆ ଭାବରେ ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳିବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଘର କରିବାକୁ ପାଖରେ ଟଙ୍କା ନାହିଁ । ଏଭଳି ସ୍ଥିତିରେ ଭଙ୍ଗା ଘରେ ରହିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗୋବରନଳ ଗ୍ରାମର ମିନାକ୍ଷୀ କହଁର | ଦିର୍ଘ ବର୍ଷ ରୁ ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ନଅ ପ୍ରାଣୀଙ୍କ ଜୀବନ | ଫେଲ୍ ମାରିଛି ସରକାରଙ୍କ ତରଫରୁ ପକ୍କା ଘର । ତେବେ ମିନାକ୍ଷୀଙ୍କ ଛପର ଘର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କଲାଣି । ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରି ଜାପନ କରୁଛନ୍ତି । ଘରର ମରାମତି କରିବା ପାଇଁ ହାତ ରେ ସମ୍ଭଳ ନାହିଁ । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ମିନାକ୍ଷୀ କହଁର। ବର୍ଷା ରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଛି ଯାହା ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ମାଟି ଘରେ ହିଁ ବିତୁଛି ଜୀବନ । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ମିନାକ୍ଷୀ କହଁର ଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ଅଭିଯୋଗ କାରୀ ନାମ ଲିସା କହଁର ସାମାଜ ସେବୀ ବିବେକାନନ୍ଦ ପ୍ରଧାନ ଲୁବିତା କହଁର ନାମୁରି କହଁର ଭାରତ କହଁର ଗଣେଶ୍ଵର କହଁର ସୁନ୍ଦେରୀ କହଁର ଅନ୍ୟ ପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛି ।
ବାଟବଣା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଗରୀବଙ୍କୁ ମିଳୁନି ପକ୍କା ଘର













Leave a Reply