ଅକ୍ଷର ବ୍ୟୁରୋ: କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଏବଂ ୨ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି ୩ ମହଲା କୋଠା ରହିଛି । ଅନ୍ୟପକ୍ଷେ ତହସିଲଦାରଙ୍କ ଭୁବନେଶ୍ବରରେ ୭ଟି ଦାମୀ ପ୍ଲଟ ରହିଛି । ରେଡ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି । ତେବେ ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ । ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି । କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ାରେ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।












Leave a Reply