ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ 3 ଦୁର୍ବୃତ୍ତ; ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ AIIMS ସ୍ଥାନାନ୍ତର ।

ପୁଣି ଆସିଲା ମହିଳା ନିର୍ଯାତନାର ଆଉ ଏକ ଛାତିଥରା ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାୟାବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ । ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଫଳରେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଚାଲିଚାଲି ସାଙ୍ଗ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଅଟକାଇ ଦେହରେ ଲଗାଇଦେଲେ ନିଆଁ । ଛାତ୍ରୀଙ୍କ ହାତ, ଗୋଡ଼, ଦେହର କିଛି ଅଂଶ ପୋଡ଼ିଯାଇଛି । ଶେଷରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଭୁବନେଶ୍ୱର AIIMS ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । 3 ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ବେଳେ ଛାନଭିନ ଜାରି ରଖିଛି ବଳଙ୍ଗା ଥାନା ପୋଲିସ । ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ନାରୀମାନଙ୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)