ଅକ୍ଷର ବ୍ୟୁରୋ: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୋଲିସ୍ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ୍ । ଏଥିସହ ସୁରକ୍ଷା ଦାୟିତ୍ଵରେ ୪ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି ସମେତ ୩୩ଜଣ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି । ଏହାସହ ଭୁବନେଶ୍ୱର ବିମାନ ବନ୍ଦରରୁ ଲୋକ ଭଵନ ଏବଂ ଲୋକ ଭଵନ ରୁ ମେ ଫେୟାର ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଯାତୟାତ ପଥ ରହିବ । ରାଷ୍ଟ୍ରପତିଙ୍କ ଯାତୟାତ ପଥରେ ରହିଥିବା ଉଚ୍ଚ ଅଟାଳିକା ଗୁଡିକରେ ଜଗିବେ ବନ୍ଧୁକଧାରୀ ପୋଲିସ୍ । ଏହାସହ ସହରର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୋଲିସ୍ ଫୋର୍ସ ମୁତୟନ ରହିବା ସୂଚନା ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ୍ ଫୋର୍ସ ନିଯୋଜିତ ।












Leave a Reply