ଅକ୍ଷର ବ୍ୟୁରୋ: କନ୍ୟା ବିବାହ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସରକାର ଦେବେ ୫୧ ହଜାର ଟଙ୍କା । ଏହି ଯୋଜନାରେ କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା । ୧୦ ହଜାର ଟଙ୍କା ଉପହାର ଦେବେ ସରକାର । ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ । ଏଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର । ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆହୁରି ମଧ୍ୟ ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ । ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁମାନେ ଗରିବ ସେହିମାନେ ଏହାର ଲାଭ ପାଇବେ। ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ପାଇବେ ଏହାର ଲାଭ ପାଇବେ ।
ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ ଅବଗତ କରାଯାଇଛି । ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଗରିବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ଏହି ଯୋଜନା ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର 2025-26 ଆର୍ଥିକ ବର୍ଷ ପାଇଁ ଆଗତ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥଲେ ।












Leave a Reply