ଆଜି ହେଉଛି ଓଡିଶା ପୋଲିସ ପ୍ରତିଷ୍ଠା ଦିବସ। ଭୁବନେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ୯୦ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ସେହିପରି କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହେଇଛି ୯୦ତମ ପୋଲିସ ପ୍ରତିଷ୍ଠା ଦିବସ। ସେଥିରେ ପୋଲିସ ଡିଜି ୱାଇ.ବି.ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସୁନ୍ଦରଗଡର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମଧ୍ୟ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ । ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସୂଚନା ଦେଇଥିଲେ। ତେବେ ବିଭିନ୍ନ ପୋଲିସ ଜିଲ୍ଲାର ଅଧିକାରୀ ଓ ଯବାନ ମାନଙ୍କୁ ସାହାସିକତା ଓ ଅବଦାନ ପାଇଁ ପୁରସ୍କୃତ ମଧ୍ୟ କରାଇଥିଲେ।
ରାଜ୍ୟର ରିଜର୍ଭ ପୋଲିସ ଗ୍ରାଉଣ୍ଡମାନଙ୍କରେ ପାଳିତ ହେଉଛି ୯୦ତମ ପୋଲିସ ପ୍ରତିଷ୍ଠା ଦିବସ












Leave a Reply