ବିଜୟ ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ ରାୟ ।

ଅକ୍ଷର ବ୍ୟୁରୋ: ବିଜୟ ପରେ ମଙ୍ଗଳବାର ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ ରାୟ । ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି । ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି । କ୍ରସ ଭୋଟିଂ ହୋଇଛି, ତା’ ସହ ମୋ ପ୍ରତି ଭଲ ପାଇବା ଅଛି । ଭାଜପା ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି । ମାସେ, ୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି । ୨୦୦୨ରେ ଗୋଟେ ସଂଖ୍ୟା ନ ଥିଲା, ଏବେ ୨୦ ଭାଜପା ବିଧାୟକ ସାହାଯ୍ୟ କଲେ । ଜିତିବା ପରେ କାଲି ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛି । ଆଜି ଗୋଟିଏ ଜାଗାରେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)