ଅକ୍ଷର ବ୍ୟୁରୋ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ । ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଏହି ଦିନ ସବୁ ଆମିଷ ଦୋକାନ ବନ୍ଦ ରଖାଯିବ । ଏଭଳି ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଶୁକ୍ରବାନ ଏନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି । ନିଷ୍ପତ୍ତି ଅନୁସାରେ, ଜାନୁଆରୀ ୨୬ରେ ପାଳନ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ପ୍ରତିବନ୍ଧକ ରହିବ । ଜାନୁଆରୀ ୨୬ ସୋମବାର କୋରାପୁଟ ଜିଲ୍ଲାର ସବୁ ଅଞ୍ଚଳରେ ସବୁ ପ୍ରକାରର ଆମିଷ ଯେପରିକି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଖାଦ୍ୟ ବିକ୍ରି କରାଯାଇପାରିବ ନାହିଁ । ଆହୁରି ମଧ୍ୟ ଆମିଷ ଯେପରି ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ; ଏଭଳି ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ ।












Leave a Reply