ଅକ୍ଷର ବ୍ୟୁରୋ: ସୁପ୍ରିମକୋର୍ଟର କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ । କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍-୧୯ ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା । ବହୁ ଦିନ ଧରି ଟିକାର ପାର୍ଶ୍ୱପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ ଚାଲିଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ।
କୋଭିଡ୍ ୧୯ ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗରେ ଆବେଦନର ଶୁଣାଣି ହୋଇଥିଲା । ଆବେଦନରେ ମୃତକଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଥିଲା । ଆବେଦନକାରୀମାନେ ମୃତ୍ୟୁର ତଦନ୍ତ ପାଇଁ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ, ହେଲେ ଟୀକାକରଣ ପରେ ପାର୍ଶ୍ୱପ୍ରତିକ୍ରିୟା ତଦନ୍ତ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ସରକାରଙ୍କୁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ଏବଂ ସମୟ ସମୟରେ ଟୀକାକରଣର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।













Leave a Reply