କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ସହ ଆକ୍ରମଣ ଅଭିଯୋଗ

ଅକ୍ଷର ବ୍ୟୁରୋ: କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ବିରୋଧ କରିଥିବା ଯୁବକଙ୍କୁ ଉଠାଇ ନେଇ ଆକ୍ରମଣ। ଭଦ୍ରକ ଜଗନ୍ନାଥପୁରରେ ଥିବା କଲେଜ ନିକଟରେ କିଛି ଯୁବକ କମେଣ୍ଟ ମାରୁଥିଲେ। ଏହାକୁ ବିରୋଧ କରିଥିଲେ ଦୀପକ ଡାକୁଆ। ସେହି ସମୟରେ ଯୁବକ ମାନେ ସେଠାରୁ ପଳାଇଥିଲେ। ପରେ ୧୦ରୁ ୧୫ ଜଣ ଯୁବକ ଆସି ଦୀପକଙ୍କୁ ଏକ କାରରେ ଜଗନ୍ନାଥପୁରରୁ ଅପହରଣ କରିନେଇଥିଲେ। ତାଙ୍କୁ ନିସ୍ତୁକ ମାଡ ମାରି ଭଦ୍ରକ ଚାନ୍ଦବାଲି ରାସ୍ତାର ନାଥସାହି ପେଟ୍ରୋଲ ପମ୍ପ ନିକଟରେ ଥିବା ଶନିମନ୍ଦିର ପାଖରେ ରକ୍ତାକ୍ତ ଅବସ୍ଥାରେ ଛାଡିଥିଲେ। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସହର ମଝିରେ ଏଭଳି ସଂଘବଦ୍ଧ ଆକ୍ରମଣ ଓ ଅପହରଣ ଘଟଣା ଏବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)