ଅକ୍ଷର ବ୍ୟୁରୋ: ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟଜଣେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ସୁସାହିତ୍ୟିକ ଡ. କମଳାକାନ୍ତ ତ୍ରିପାଠୀ ଯୋଗ ଦେଇଥିଲେ । ସେ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିବା ସହ ନିଜ ଅଭିଭାଷଣରେ କହିଥିଲେ, ଅକ୍ଷର ସାହିତ୍ୟ ଉତ୍ସବର ଆନ୍ଦୋଳନ ଅଭିନ୍ନ । କାରଣ ଅକ୍ଷରରୁ ଶବ୍ଦର ସୃଷ୍ଟି । ଶବ୍ଦରୁ ସୃଷ୍ଟି ଚିନ୍ତା । ଚିନ୍ତାରୁ ଚେତନା ଏବଂ ଚେତନାରୁ ପରିବର୍ତ୍ତନର ପ୍ରବାହ । ଆମ ପାଇଁ ଓଡିଆ ଭାଷା ହିଁ ଆମର ପରିଚୟ । ଆଧୁନିକ ଓଡିଆ ସାହିତ୍ୟର ପିତାମହ ଥିଲେ ବ୍ୟାସକବି ଫକୀର ମୋହନ ସେନାପତି । ପ୍ରକୃତି କବି ଗଙ୍ଗାଧର ମେହେରଙ୍କ କବିତାରେ ମଧ୍ୟ ଓଡିଆ ଭାଷାପ୍ରୀତିର ସୂଚନା ମିଳେ । ତାଙ୍କ କବିତାରେ ଓଡିଆ ଭାଷାକୁ ଗଭୀର ଭାବରେ ଭଲ ପାଇବା ସ୍ପଷ୍ଟ ବାରିହୋଇ ପଡେ । ସେହିଭଳି ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁରଙ୍କର ବିଶ୍ୱ ସାହିତ୍ୟ ପ୍ରତି ଅବଦାନ କିଛି କମ୍ ନୁହେଁ । ତେବେ ଅକ୍ଷର ଓଡିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଏଭଳି ସାହିତ୍ୟ ଉତ୍ସବର ଆୟୋଜନ କଲେ ଅନେକ ସାହିତ୍ୟିକ ସୃଷ୍ଟି ହୋଇ ଓଡିଆ ଭାଷାର ବିକାଶ ହୋଇପାରିବ । ଏହି ସମ୍ବାଦପତ୍ର ସୃଜନଶୀଳତାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁ ବୋଲି ଡ. ତ୍ରିପାଠୀ ପ୍ରକାଶ କରିଥିଲେ ।
ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟଜଣେ ସମ୍ମାନିତ ଅତିଥି: ଡ. କମଳାକାନ୍ତ ତ୍ରିପାଠୀ ।












Leave a Reply