ଅକ୍ଷର ବ୍ୟୁରୋ: ଭଦ୍ରକ ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରାଥର୍ନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ପୀଡ଼ିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହୟତା ରାଶି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଗତକାଲି ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ସ୍କୁଲ ଯିବାକୁ କହି ଘରୁ ବାହାରିଥିଲା ୧୦ ବର୍ଷୀୟା ନାବାଳିକା । ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ପରେ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପାରିପାର୍ଶିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ନ୍ୟାୟ ଦାବିରେ ଗତକାଲି ଟାୟାର ଜାଳି ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ ।
ଭଦ୍ରକ ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।












Leave a Reply