ଅକ୍ଷର ବ୍ୟୁରୋ: ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବଡ଼ ବୈଠକ । ସର୍କିଟ୍ ହାଉସ୍ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ । ଗଣତି ମଣତି ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଓ ବରିଷ୍ଠ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ ଆଇନମନ୍ତ୍ରୀ । ଅଳଙ୍କାର ଗଣତି ମଣତି କିପରି ସୁରୁଖୁରୁରେ ହେବ ଏବଂ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି । ଅଳଙ୍କାରର ଭିଡିଓଗ୍ରାଫି, ଫଟୋଗ୍ରାଫି, ୩ଡି ମ୍ୟାପିଂ ହେବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ । ୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି । ସେହି ତାଲିକା ଅନୁଯାୟୀ ମେଳକ କରାଯିବ । ମଧ୍ୟ୍ୟାନ ୧ଟା ସମୟରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବଡ଼ ବୈଠକ; ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।












Leave a Reply