ପାରାଦୀପରେ ବିଜେପିର ୭୦ରୁ ଅଧିକ ବିଧାୟକ; ରିସର୍ଟ ପଲିଟିକ୍ସରେ କଂଗ୍ରେସ ପରେ ସାମିଲ ହୋଇଛି ବିଜେପି ।

ଅକ୍ଷର ବ୍ୟୁରୋ: ପାରାଦୀପ ଗଲେ ବିଜେପି ବିଧାୟକ । ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ୩ ବସରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ପାରଦୀପରେ ପହଞ୍ଚିଛନ୍ତି ୭୦ରୁ ଅଧିକ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି । ଓଡ଼ିଶାରେ ଆରମ୍ଭ ହୋଇଥିବା ରିସର୍ଟ ପଲିଟିକ୍ସରେ କଂଗ୍ରେସ ପରେ ସାମିଲ ହୋଇଛି ବିଜେପି । ବେଙ୍ଗାଲୁରୁର ଏକ ରିସର୍ଟରେ କଂଗ୍ରେସ ବିଧାୟକଙ୍କୁ ରଖିଥିବା ବେଳେ ନିଜ ବିଧାୟକଙ୍କୁ ପାରାଦୀପ ନେଇଛି ବିଜେପି । ସେଠାରେ ବିଧାୟକଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ ବୁକିଂ ହୋଇଛି । ସେଠାରେ ଦୁଇ ରାତି ଗୋଟିଏ ଦିନ ରହିବେ । ସୋମବାର ସକାଳୁ ସେଠାରୁ ସେଠାରୁ ସିଧା ବିଧାନସଭା ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସଭା ନିର୍ବାଚନ ଓ ଭୋଟିଂ ଉପରେ ଆଜି ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)