ଆଜିଠୁ କୃଷ୍ଣସାର ମୃଗ ଗଣନା ପ୍ରକ୍ରିୟା ଆରମ୍ଭ; ସକାଳ ୬ ଟାରୁ ୯ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି ଗଣନା ।

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ । ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା । ଏହାର ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ବ୍ରହ୍ମପୁର ବନଖଣ୍ଡ ଏବଂ ଘୁମୁସର ଉତ୍ତର ବନଖଣ୍ଡକୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ୩ଟି ଯାକ ବନଖଣ୍ଡର ବିଭିନ୍ନ ରେଞ୍ଜରେ ହଜାର ହଜାର ମୃଗ ଅବାଧରେ ବିଚରଣ କରୁଛନ୍ତି । ଇତିମଧ୍ୟରେ ଅଧିକାଂଶ ବନ୍ୟପ୍ରାଣୀଙ୍କ ଗଣନା ସରିଥିବା ବେଳେ ଆଜିଠୁ ଅର୍ଥାତ୍ ୨୯ ତାରିଖରେ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି ।

ଚଳିତ ବର୍ଷ କଲେଜ ଛାତ୍ରୀଛାତ୍ରଙ୍କୁ ଗଣନାରେ ସାମିଲ କରାଯାଇଛି। ଛାତ୍ରୀଛାତ୍ରମାନେ ଗଣନା ନେବା ସମୟରେ ସେଲ୍ଫି ନେବେ ନାହିଁ । ଏଥିସହ ଗଣନା ସମୟର ତଥ୍ୟକୁ ବାହାରେ ପ୍ରଘଟ କରିବେ ନାହିଁ ବୋଲି ବକ୍ତାମାନେ କହିଥିଲେ । ଆଜି ସକାଳ ୬ ଟାରୁ ୯ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଗଣନା ହେବ । ଏନେଇ ୧୮ଟି ୟୁନିଟ୍‌ ହୋଇଛି । ଗତବର୍ଷ ଗଣନା ସମୟରେ ଏହି ବନଖଣ୍ଡରେ ୪୦୪ ଥିଲେ । ଆଗାମୀ ଦିନରେ ତାହା ନିଶ୍ଚିତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥିସହ ଘୁମୁସର ଦକ୍ଷିଣ ବନଖଣ୍ଡରେ ମଧ୍ୟ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବନପାଳ ବବୁଲ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଅପରାହ୍ନ ଅଧିବେଶନରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉପସ୍ଥିତ ଅଧିକାରୀମାନଙ୍କୁ ଗଣନା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ତାଲିମ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)