ଅକ୍ଷର ବ୍ୟୁରୋ: ଅଳିଆ ଉଠେଇବା ପାଇଁ ବିଏମସି ନେବ ୟୁଜର ଫି । ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ । ଭୁବନେଶ୍ୱରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର ଫି ଲାଗୁ କରିବ ବିଏମ୍ସି ।
୨୦୧୮ ବାଇ ଲ’ ଅନୁସାରେ ଫି ଆଦାୟ କରାଯିବ । ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଫି ଧାର୍ଯ୍ୟ କରାଯାଇଛି । ଏଲଆଇଜି ଓ ଇଡବ୍ଲୁଏସ୍ ଘରେ ରହୁଥିଲେ ମାସିକ ୫୦ ଟଙ୍କା ଦେବେ । ସେହିଭଳି ୮୦୦ ବର୍ଗ ଫୁଟରୁ ଅଧିକ ଏମଆଇଜି କିମ୍ବା ଅନ୍ୟ ଘର ରହୁଥିବା ଲୋକେ ୭୫ ଟଙ୍କା ଦେବେ ୟୁଜର ଫି । ବ୍ୟବସାୟିକ ଅନୁଷ୍ଠାନ ପାଇଁ ପରିମାଣ ଅଧିକ ରହିଛି । ଏବାବଦରେ ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ବାଟସ ଆପ୍ ନମ୍ବର 7653011832ରେ ଅଧିକ ସୂଚନା ପାଇ ପାରିବେ ରାଜଧାନୀବାସିନ୍ଦା।












Leave a Reply