ଅନୁଗୁଳ ଜିଲ୍ଲା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ନିର୍ମିତ ମୁକୁଳା ଡ୍ରେନରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି। ସୋଭାଗ୍ୟବଶତଃ ଜୀବନହାନୀରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ଵାମୀ ଓ ସ୍ତ୍ରୀ। ସୂଚନା ଅନୁଯାୟୀ, କଟକରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ OD33AF2762 ବାଲେନୋ କାର ନୂଆହତା ବାଲିସାହି ଅଞ୍ଚଳରେ ସାମ୍ନାରୁ ଆସୁଥିବା ଏକ କୋଇଲା ଗାଡିକୁ ସାଇଡ କଟ୍ ମାରିବାରୁ କାର ଚାଳକ ରାସ୍ତା ପାର୍ଶ୍ଵକୁ ପଳାଇ ଯିବା ପାଇଁ ଉଦ୍ୟମ କରିବା ବେଳେ ପାର୍ଶ୍ଵରେ ଥିବା ମୁକୁଳା ଡ୍ରେନ୍ ରେ କାରଟି ପଶି ଯାଇଥିଲା । କାର ମଧ୍ୟରେ ସ୍ଵାମୀ ସ୍ତ୍ରୀ ଫଶି ରହିଥିବା ବେଳେ ସ୍ଥାନୀୟ ଜନସାଧାରଣ ପହଞ୍ଚି ସ୍ଵାମୀ ସ୍ତ୍ରୀ କୁ ଉଦ୍ଧାର କରିଥିଲେ। ତା ସହ ସ୍ଥାନୀୟଲୋକ ମିଶିକ କାରଟିକୁ ମଧ୍ୟ ଉଦ୍ଧାର କରିଥିଲେ। ତେବେ ଜାତୀୟ ରାଜପଥରେ ଏଭଳି ବେପାରୁଆ ମନୋଭାବ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନେହୁରା ହୋଇଛନ୍ତି ବଅଁରପାଳ ଅଞ୍ଚଳବାସୀ ।
ଜାତୀୟ ରାଜପଥରେ ବେପାରୁଆ ମନୋଭାବ; ବାରମ୍ବାର ଦୁର୍ଘଟଣା ଘଟିଲା ପରେ ବି ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ।












Leave a Reply