କେନ୍ଦୁଝର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ।

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଛି କି ବୋଲି ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନ କରିଥିଲେ । ଲିଖିତ ଉତ୍ତରରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟଣା ବ୍ଲକ ୧୧୬୮୧. ୫୦, ସାହାରପଡ଼ା ବ୍ଲକର ୧୨୪୧.୫୬, ଘଟଗାଁ ବ୍ଲକର ୧୧୦୩ ଓ ଠାକୁର ମୁଣ୍ଡା ବ୍ଲକର ୬୬୩୫ ହେକ୍ଟର ଜମିରେ ଜଳସେଚନ ହେବ । ମୋଟ୍‌ ୩୧.୮୩୫ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବ । ବୈଷୟିକ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି । ସୂଚନା ଯେ, ପାଟଣା ବିଧାୟକ ନାଏକ ତାଙ୍କ ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ବ୍ୟାରେଜ ନିର୍ମାଣ ପାଇଁ ବହୁଦିନରୁ ଦାବି ହୋଇଆସୁଛି ତାହା କେବେ ହେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)