ରାଜଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ।

ରାଜଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦେଢଘଣ୍ଟା ବୈଠକ ସରିବା ପରେ ରାଜଭବନ ଗଲେ ମୁଖ୍ୟମନ୍ତ୍ରୀ । ସବୁ ବିଧାୟକଙ୍କୁ ମଧ୍ୟ ରାଜଭବନ ଯିବାକୁ ନିମନ୍ତ୍ରଣ ଆସିଲା । ଜଣଙ୍କ ପରେ ଜଣେ ବିଧାୟକ ରାଜଭବନରେ ପହଞ୍ଚୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଲେ ରାଜଭବନ । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଏହା ପୂର୍ବରୁ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକରେ ଯୋଗଦେଇଥିଲେ । ଏହା ସହ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସୂର୍ଯ୍ୟବଂଶୀ ସୂରଜ ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କାହା ଉପରେ ଆଲୋଚନା ହେବ ସନେଇ କୌଣସି ସୂଚନା ମିଳିନାହିଁ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)