ଅକ୍ଷର ବ୍ୟୁରୋ: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା 20 ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ ଅନୁସାରେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ 20 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଫୁଲବାଣୀ ଓ ଝାରସୁଗୁଡ଼ାରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ପାରଦ ତଳମୁଁହା ହେବାରେ ଲାଗିବା ସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଓଡ଼ିଶାର ଦାର୍ଜିଲିଂ ର ଜି. ଉଦୟଗିରି । ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ ଦ୍ୱୌତନଗରୀ କଟକ, ଭୁବନେଶ୍ୱରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।
ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଭ୍ରମଣ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି । ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି । ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି, ଯେଭଳି ଥଣ୍ଡା ପଡିବ ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି । ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି । ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର । ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ ବୋଲି ଆକଳନ କରାଯାଉଛି ।












Leave a Reply