ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ: ଅପରାଧୀ ଖସାଇବାରେ ଏବଂ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର ।

ଅକ୍ଷର ବ୍ୟୁରୋ: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅର୍ନ୍ତଭୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଯୋଜନା ଆରମ୍ଭ କରିଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲା‌ରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍‌ ଠିକ୍‌ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ଏହାର ପ୍ରମାଣ ନ ମିଳିବା ଯାଏଁ ହତ୍ୟାକାଣ୍ଡ ପଛରେ ସୁପାରି ଦିଗଟି ଦୁର୍ବଳ ହେବାର ଆଶଙ୍କା ରହିଛି । ଯେହେତୁ ମାମଲାରେ ଏଯାଏଁ ଟଙ୍କା ଜବତ ନେଇ ପୁଲିସ ମୁହଁ ଖୋଲିନି ତେଣୁ ଚାର୍ଜସିଟ୍‌ ପୂର୍ବରୁ ତାହାକୁ ପ୍ରମାଣିତ କରିବା ଜରୁରି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)